Bargains! PROMOTIONS

Close Notification

Your cart does not contain any items

E Jeeba Bhrame Akarane

Kailash Panigrahi

$33.95   $30.47

Paperback

Not in-store but you can order this
How long will it take?

QTY:

Oriya
Black Eagle Books
29 November 2025
'ଏ ଜୀବ ଭ୍ରମେ ଅକାରଣେ' କୈଳାସ ପାଣିଗ୍ରାହୀଙ୍କ ଦ୍ୱିତୀୟ ପ୍ରକାଶିତ ନାଟ୍ୟଗ୍ରନ୍ଥ। ୧୯୯୩ ରେ ମଂଚସ୍ଥ ଏଇ ନାଟକଟି ୩୨ବର୍ଷ ପରେ ମୁଦ୍ରିତ ହେବାକୁ ଯାଉଛି।

'ଏ ଜୀବନ ଭ୍ରମେ ଅକାରଣେ' ସାଧାରଣ ନିମ୍ନ ବର୍ଗର ମଣିଷ ମାନଙ୍କର ଜୀବଯାତ୍ରାର ସ୍ଥାନାନ୍ତର ଓ କାଳାନ୍ତରକୁ ବାସ୍ତବବାଦୀ ଶୈଳୀରେ ନାଟ୍ୟାୟିତ କରିଛି। ଏହାର ନିର୍ଦ୍ଦେଶନା, ଅଭିନୟ ଓ ଉପସ୍ଥାପନା ପାଇଁ ଲୋକନାଟକ ଉତ୍ସବର ବିଚାରକମାନେ ""ରଂଗମଂଚ"" ରାଉରକେଲା ପୁରସ୍କାର ପାଇଛି। ଆଶା କରୁଛୁ, ପ୍ରକାଶିତ ନାଟକ ରୂପରେ ଏହା ଓଡ଼ିଆ ନାଟ୍ୟ ଭଣ୍ଡାରକୁ ସମୃଦ୍ଧ କରିବ। ଏପରି ନାଟକ ମାଧ୍ୟମରେ ସମାଜର ଅବହେଳିତ ସାଧାରଣ ମଣିଷ ମାନେ ମଂଚ ଉପରେ ଠିଆ ହୋଇ ନାୟକ ହୁଅନ୍ତି। --ରମେଶ ପ୍ରସାଦ ପାଣିଗ୍ରାହୀ, ରସୁଲଗଡ଼, ଭୁବନେଶ୍ୱର
By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 6mm
Weight:   118g
ISBN:   9781645607786
ISBN 10:   164560778X
Pages:   92
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

ସାମ୍ପ୍ରତିକ ଓଡ଼ିଆ ନାଟ୍ୟ ଯୁଗରେ କୈଳାସ ପାଣିଗ୍ରାହୀ (୧୯୫୯) ଏକ ପରିଚିତ ନାମ। ବିଗତ ଅର୍ଦ୍ଧ ଶତାବ୍ଦୀ ଭିତରେ ସେ ଜଣେ ମଂଚ, ଚଳଚ୍ଚିତ୍ର ଓ ଧାରାବାହିକ ମାନଙ୍କର ଅଭିନେତା ରୂପେ ନିଜକୁ ପ୍ରତିଷ୍ଠା କରିଛନ୍ତି। ଆହ୍ଲାବାଦ, ଚଣ୍ଡିଗଡ଼, ଦିଲ୍ଲୀ, ଭୋପାଲ୍], ଆସାମ୍], ବିଶାଖାପାଟଣା, ମୁମ୍ବାଇ ଓ କାଣ୍ଡଲା ପ୍ରଭୃତି ସହର ମାନଙ୍କରେ ସେ ଓଡ଼ିଆ ନାଟକ ମଂଚସ୍ଥ କରି ସୁନାମ ଅର୍ଜନ କରିଛନ୍ତି। ଜଣେ ନିର୍ଦ୍ଦେଶକ ରୂପେ ସେ ସାରା ଭାରତରେ ପରିଚିତ। କୈଳାସ ପାଣିଗ୍ରାହୀ ହେଉଛନ୍ତି ଓଡ଼ିଶାର ଏକମାତ୍ର ନାଟ୍ୟ ନିର୍ଦ୍ଦେଶକ ଯାହାଙ୍କ ନିର୍ଦ୍ଦେଶିତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପ ଉପରେ ଆଧାରିତ ନାଟକ 'ଘିନୁଆ' ନ୍ୟାସ୍]ନାଲ୍ ସ୍କୁଲ ଅଫ୍ ଡ୍ରାମା (ଦିଲ୍ଲୀ) ଦ୍ୱାରା ନିର୍ବାଚିତ ହୋଇ ଭାରତର ୧୮ଟି ସହରରେ ପରିବେଷିତ ହୋଇଛି।

See Also