PERHAPS A GIFT VOUCHER FOR MUM?: MOTHER'S DAY

Close Notification

Your cart does not contain any items

Dhyana Buddhatwara Bigyana

Acharya Swami Jagannath

$42.95   $36.11

Paperback

Not in-store but you can order this
How long will it take?

QTY:

English
Black Eagle Books
22 August 2023
"ଶୂନ୍ୟ ବିଚାର ହିଁ ଆତ୍ମ ଜ୍ଞାନର ଉଦ୍]ଗମ, ଯାହାକୁ ଧ୍ୟାନ ବା ଅସ୍ତିତ୍ୱର ପରମ ଧ୍ୱନିକୁ ଶ୍ରବଣ କରିଥାନ୍ତି, ଅନୁଭବୀ । ସେହି ଏକା ବହୁମୂଲ୍ୟ ଘଟଣା । ଅତି ଆବଶ୍ୟକ, ଶୃଙ୍ଖଳା, ଶାନ୍ତି ଓ ସମାଧି ପାଇଁ । ତେବେ ଧ୍ୟାନରୁ ସମାଧି, ସମାଧିରୁ ସମ୍ବୋଧି (ଋଦ୍ଭକ୍ଷସଶଷଗ୍ଧରଦ୍ଭଜ୍ଞରଦ୍ଭଗ୍ଧ) ଉପଲବ୍�ଧ ସମ୍ଭବ । ଯାହାକୁ ଯୋଗର ଶିଖର ଓ ଅସ୍ତିତ୍ୱର ଅନ୍ତିମ ପ୍ରସାଦ କହିଥାନ୍ତି । ସେହି ବୁଦ୍ଧତ୍ୱ ଆମର ଚେତନାର କମଳ । (ୠକ୍ଷକ୍ଟଙ୍ଗରକ୍ସସଦ୍ଭଶ କ୍ଟଲ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) କହନ୍ତି । ବ୍ୟକ୍ତିଗତ ଚେତନା ଯେବେ ବ୍ରହ୍ମ ଚୈତନ୍ୟ, ବା ଉକ୍ଟଗ୍ଦଜ୍ଞସମ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ ସହିତ ମିଶି ଏକାକାର ହୁଏ, ତା\'ରି ସୁଗନ୍ଧ ଧରିତ୍ରୀରେ ଅଦିନ ବସନ୍ତ ଆଣେ ।

ସନ୍ଥ କହନ୍ତି, ଯେବେ କେହି ଆମ ଭିତରୁ ଉପଲବ୍�ଧ ପାଏ, ତାହା ଅସ୍ତିତ୍ୱର ଅନୁଦାନ ଜଗତବାସୀଙ୍କ ପାଇଁ । ତେଣୁ ସହଜ, ଜାଗୃତ, ଶାନ୍ତ ହୋଇ ପରମ ବିଶ୍ରାମ ପାଇବା ସମସ୍ତଙ୍କର ଅଧିକାର । କିନ୍ତୁ ସମ୍ୟକ ଧ୍ୟାନ ଓ ସମାଧି ଯାତ୍ରାରେ ପାଦ ଦେବା ଅତି ଜରୁରୀ ।

ସଂବୋଧି ବାସ୍ତବିକ ସମ୍ପଦ । ତାକୁ ଆବିଷ୍କାର କରିବାର କ୍ଷମତା ସମସ୍ତଙ୍କର ଅଛି । କେବଳ ସମ୍ୟକ ଶ୍ରମ, ଶୁଦ୍ଧ ଶ୍ରଦ୍ଧା ଓ ଅନ୍ତର ଶ୍ରବଣ କଲେ ଯଥେଷ୍ଟ ହେବ ।

ମନୁଷ୍ୟ ଜାତିର ଇତିହାସରେ ଆଗାମୀ ବର୍ଷ ବହୁତ ମହତ୍ତ୍ୱପୂର୍ଣ୍ଣ । ଯଦି ବଡ ଧରଣର ସମ୍ୟକ ଧ୍ୟାନର ଜାଗରଣ ସୁରୁ ନହୁଏ, କୋଟି କୋଟି ଲୋକ ଭୌତିକବାଦର ମହାଗର୍ଭରେ ପଡିବା ସୁନିଶ୍ଚିତ, ଯାହାକୁ କେହି ବଞ୍ଚାଇ ପାରିବେ ନାହିଁ । କେବଳ ବଞ୍ଚିବାର ଓ ବଞ୍ଚାଇବାର ଗୋଟିଏ ରାସ୍ତା ଆତ୍ମ ଜାଗରଣ । ତାହା ପାଇଁ ଏକ ସମ୍ୟକ ଓ ନିଶୁଳ୍କ ଧ୍ୟାନ ଅଭିଯାନରେ ଯୋଗଦାନ ଦେଇ, ସଂବୁଦ୍ଧ, ସମ୍ପୂର୍ଣ୍ଣ ଓ ସମାଧିସ୍ଥ ହୁଅନ୍ତୁ । ସେହି ପରିପ୍ରେକ୍ଷୀରେ ସମସ୍ତ ଦୃଶ୍ୟସ୍ଥ ଓ ଅଦୃଶ୍ୟସ୍ଥ ଆତ୍ମାଙ୍କୁ ବିନମ୍ର ପ୍ରଣତି । ସେହି ପରମ ଆବଶ୍ୟକତାରୁ ଉଦୟ ଏକ ଆମନ୍ତ୍ରଣ, ଯେଉଁ ଜାଗରଣର ସନ୍ଦେଶରୁ ଜନ୍ମ ନେଲା ""ଧ୍ୟାନ ବୁଦ୍ଧତ୍ୱର ବିଜ୍ଞାନ"" ।"

By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 12mm
Weight:   263g
ISBN:   9781645604372
ISBN 10:   1645604373
Pages:   202
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

ଆଚାର୍ଯ୍ୟ ସ୍ୱାମୀ ଜଗନ୍ନାଥ ବିଶ୍ୱରେ ଜଣେ ଭିନ୍ନକ୍ଷମ ସଂବୁଦ୍ଧ ସନ୍ଥ । ତାଙ୍କରି ସଂସାରୀ ନାମ ଶ୍ରୀ ଜଗନ୍ନାଥ ନାୟକ । ୧୯୫୭ ମସିହା ଫେବୃୟାରୀ ୫ ତାରିଖ ଦିନ ଏକ ସାଧାରଣ ପରିବାରରେ ଜନ୍ମ ନେଇଥିଲେ । ସେ ପିତା ସ୍ୱର୍ଗତ ନୃସିଂହ ଚରଣ ନାୟକ ଓ ମାତା ସ୍ୱର୍ଗତ ଲକ୍ଷ୍ମୀପ୍ରିୟା ନାୟକଙ୍କର ଜ୍ୟେଷ୍ଠ ପୁତ୍ର । ତାଙ୍କର ବାଲ୍ୟକାଳ ଭଦ୍ରକ ଜିଲ୍ଲା (ଧୁଷୁରୀ) ଗ୍ରାମରେ ଅତିବାହିତ ହୋଇଛି । ଜନ୍ମରୁ ଦିବ୍ୟାଙ୍ଗ ଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରସାଦ ମନେକରି ପରିବାର ବର୍ଗ ଶ୍ରଦ୍ଧାରେ ନାମ ରଖିଥିଲେ ଜଗନ୍ନାଥ । ୧୯୭୯ ମସିହାରେ ରବିଶଙ୍କର ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏସନ୍ କରୁଥିବା ବେଳେ ଭଗବାନ ଓଶୋଙ୍କର ସାନିଧ୍ୟ ପାଇଥିଲେ । କିନ୍ତୁ ଅସ୍ତିତ୍ୱର ନିର୍ଦ୍ଦେଶରେ ଓଶୋଙ୍କର କନିଷ୍ଠ ଭ୍ରାତା ସ୍ୱାମୀ ଶୈଳେନ୍ଦ୍ର ସରସ୍ୱତୀଙ୍କଠାରୁ ସନ୍ୟାସ ଦୀକ୍ଷା ନେଇଥିଲେ । ରାଉରକେଲା ଇସ୍ପାତ କାରଖାନାର ଜଣେ ଅଧିକାରୀ ଥାଇ, ସାଧନାର ଶିଖରକୁ ଯିବା ଏକ ବିରଳ ଦୃଷ୍ଟାନ୍ତ । ଗତ ଡିସେମ୍ବର ୧୭, ୨୦୦୬ ମସିହାରେ ତାଙ୍କର ପ୍ରଥମ ଘଟଣା ଘଟିଥିଲା । ସଦ୍]ଗୁରୁଙ୍କର ନିର୍ଦ୍ଦେଶରେ ତାଙ୍କୁ ଆଚାର୍ଯ୍ୟଶ୍ରୀ ଓଶୋ ଜଗନ୍ନାଥ ନାମରେ ନାମିତ କରାଗଲା । ବର୍ତ୍ତମାନ ସେ ଓଶୋ ସୁଗନ୍ଧ ଆଧ୍ୟାତ୍ମିକ ସଂସ୍ଥାର ଜଣେ ଆଚାର୍ଯ୍ୟ । ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶାର ରାଉରକଲା, ଭୁବନେଶ୍ୱର ଓ ପୁରୀଠାରେ ତିନୋଟି ଧ୍ୟାନକେନ୍ଦ୍ର ସ୍ଥାପିତ ହୋଇଛି । ଚାକିରିରୁ ଅବସର ପରେ, ବିଭିନ୍ନ ସ୍ଥାନରେ ସତ୍]ସଙ୍ଗ ଓ ଧ୍ୟାନ ସାଧନା ଶିବିରର ଆୟୋଜକ ଓ ସଂଚାଳକ । ତାଙ୍କରି ନିଶୁଳ୍କ ଧ୍ୟାନ ଅଭିଯାନର ସଫଳତା ପାଇଁ ଅସ୍ତିତ୍ୱ ନିକଟରେ ଅହୋଭାବ ପ୍ରକଟ କରୁଛି ।

See Also