PRIZES to win! PROMOTIONS

Close Notification

Your cart does not contain any items

$33.95   $30.47

Paperback

Not in-store but you can order this
How long will it take?

QTY:

Oriya
Black Eagle Books
20 August 2025
ଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ - ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ, ନିବନ୍ଧ, ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା'ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି - କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ ।

ଓଡ଼ିଆ ବ୍ୟତୀତ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍]ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍]ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ ।
By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 6mm
Weight:   132g
ISBN:   9781645607328
ISBN 10:   1645607321
Pages:   104
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

ଉମାକାନ୍ତ ମହାପାତ୍ର(୨୩ ଅପ୍ରେଲ୧୯୩୦ - ୦୮ ଜୁଲାଇ ୧୯୯୯)ଙ୍କ ଜନ୍ମସ୍ଥାନ କଟକ । ପିତା ସାକ୍ଷୀଗୋପାଳ ନିକଟସ୍ଥ ବିଶ୍ୱନାଥପୁର ଗ୍ରାମର ଲୋକନାଥ ମହାପାତ୍ର ଓ ମାତା ପାର୍ବତୀ ଦେବୀଙ୍କର ସେ ଜ୍ୟେଷ୍ଠ ସନ୍ତାନ । ଶିକ୍ଷକ ପିତାଙ୍କ ତତ୍ତ୍ୱାବଧାନରେ ଭବାନୀପାଟଣାରେ ଓ ପରେ ଏହ୍ଲାବାଦରେ ସ୍କୁଲ ଶିକ୍ଷା ଲାଭ । ରେଭେନ୍]ସା କଲେଜ୍]ରୁ ଆଇ.ଏସ୍]ସି. ଓ ବ୍ରହ୍ମପୁର ଖଲିକୋଟ୍ କଲେଜ୍]ରୁ ବି.ଏସ୍]ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗରେ ୧୯୫୩ରେ ଯୋଗଦାନ । ସେହି ବର୍ଷ ବ୍ରହ୍ମପୁରର ଖ୍ୟାତନାମା ପଣ୍ଡିତ ଓ କବିରାଜ ଅନନ୍ତ ତ୍ରିପାଠୀ ଶର୍ମାଙ୍କର ଚତୁର୍ଥ କନ୍ୟା ଅନସୂୟାଙ୍କ ସହିତ ବିବାହ । ଜଣେ ପଦସ୍ଥ କର୍ମଚାରୀ ଭାବେ ନାନାଦି ସ୍ଥାନରେ ଦାୟିତ୍ୱପୂର୍ଣ୍ଣର୍ କାର୍ଯ୍ୟ ସମ୍ପାଦନ କରି ସୁନାମ ଅର୍ଜନ । ୧୯୮୮ରେ ଚାକିରୀରୁ ଅବସର ଗ୍ରହଣ ପରେ ଭୁବନେଶ୍ୱରର ବାସିନ୍ଦା । ଦୁଇ ପୁତ୍ର ଅଶୋକ ଓ ପୁଷନ୍ ଉଚ୍ଚ ପଦସ୍ଥ କର୍ମଚାରୀ ।

See Also