LOW FLAT RATE AUST-WIDE $9.90 DELIVERY INFO

Close Notification

Your cart does not contain any items

Manara Baigyanika Paribhasa

Sangeeta Rath

$38.95   $33.22

Paperback

Not in-store but you can order this
How long will it take?

QTY:

Oriya
Black Eagle Books
16 October 2022
ମଣିଷର ମନ ଚିର ରହସ୍ୟମୟ । ମନର ଏହି ରହସ୍ୟମୟ ସ୍ୱରୂପକୁ ଚିହ୍ନିବା ଦିଗରେ ମନସ୍ତତ୍ତ୍ୱବିଦ୍]ଙ୍କର ସର୍ବକାଳୀନ ପ୍ରଚେଷ୍ଟାର ଅନ୍ତ ନାହିଁ । ମଣିଷ କ'ଣ କରେ, କାହିଁକି କରେ, ଯାହା ବି କରେ ସଚେତନ ଥାଇ କରେ, ନା ଅଚେତନ ଓ ଅବଚେତନ ମନ ତା'ର ବ୍ୟବହାରକୁ ନିୟନ୍ତ୍ରଣ କରୁଥାଏ, ସାମାଜିକୀକରଣ ଦ୍ୱାରା ଅଭ୍ୟାସର ବଶବର୍ତ୍ତୀ ହୋଇ ସେ ଯାହା କହୁଥାଏ ଓ କରୁଥାଏ, ତାହା ସେ ପ୍ରକୃତରେ କରିବାକୁ ଚାହୁଁଥାଏ, ନା ନ ଚାହିଁଲେ ମଧ୍ୟ ଅଭ୍ୟାସର ଶୃଙ୍ଖଳ ମଧ୍ୟରୁ ନିଜକୁ ବାହାର କରିପାରୁନଥାଏ ମନସ୍ତତ୍ତ୍ୱବିଦ୍]ମାନେ ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥାନ୍ତି । ଆଧୁନିକ ମନସ୍ତତ୍ତ୍ୱ ପର୍ଯ୍ୟବେକ୍ଷଣ, ସର୍ଜନାତ୍ମକ କୌଶଳ ଏବଂ ବିଜ୍ଞାନସମ୍ମତ ପ୍ରଣାଳୀର ଉପଯୋଗ କରି ମନୁଷ୍ୟ ମନର ବହୁ ରହସ୍ୟମୟ ଦିଗ ଉପରେ ଆଲୋକପାତ କରିବାର ପ୍ରୟାସ ଜାରି ରଖିଛି । ମନସ୍ତତ୍ତ୍ୱବିଦ୍]ମାନେ ନାନାଦି ବିଶ୍ଳେଷଣ ମାଧ୍ୟମରେ ବିଭିନ୍ନ ମାନସିକ କ୍ରିୟା-ପ୍ରକ୍ରିୟା ସମ୍ବନ୍ଧରେ ପ୍ରକୃତ କାର୍ଯ୍ୟକାରଣ ସମ୍ପର୍କ ବିଷୟରେ ତଥ୍ୟମାନ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଫଳରେ ଆମ ମନ ଗହୀରର ବହୁ ଅଦ୍ଭୁତ ଧରଣର ରହସ୍ୟମୟ ଘଟଣାକୁ ବୁଝିବା ସମ୍ଭବ ହୋଇଛି । ଜୀବନ ସହିତ ସଂଶ୍ଳିଷ୍ଟ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ ଉପରେ ବିଜ୍ଞାନଲବ୍ଧ ଜ୍ଞାନକୁ ଆଲୋଚନା କରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏ ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ।

By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 11mm
Weight:   240g
ISBN:   9781645603269
ISBN 10:   1645603261
Pages:   184
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

ପ୍ରଫେସର ଡକ୍ଟର ସଂଗୀତା ରଥ ଛାତ୍ରୀ ଜୀବନରୁ ସ୍ୱକୀୟ ଉଜ୍ଜ୍ୱଳ ଉତ୍ତୀର୍ଣ୍ଣତା ପ୍ରମାଣିତ କରିଆସିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ମନସ୍ତତ୍ତ୍ୱରେ ସ୍ନାତକ ଓ ସ୍ନାତକୋତ୍ତର ଉଭୟ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପ୍ରାପ୍ତ । ତାଙ୍କର ଶହେରୁ ଊର୍ଦ୍ଧ୍ୱ ଗବେଷଣାମୂଳକ ଇଂରାଜୀ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହେବା ସହିତ ମନୋବିଜ୍ଞାନରେ ଛଅଟି ଗବେଷଣାଧର୍ମୀ ଇଂରାଜୀ ପୁସ୍ତକ ପାଠକୀୟ ଆଦୃତି ଲାଭ କରିଛି । 'ଆମେ ଓ ଆମ ସମାଜ' ତାଙ୍କର ଆଉ ଏକ ପ୍ରାୟୋଗିକ ବିଶ୍ଳେଷଣାତ୍ମକ ଓଡ଼ିଆ ପ୍ରବନ୍ଧ ସଂଚୟନ । ସ୍ୱୀଡେନର ଲୁଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଆମନ୍ତ୍ରିତ ହୋଇ ସେଠାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ପରିଦର୍ଶନ ଓ ସଭା ସମ୍ପାଦନରେ ଅଂଶଗ୍ରହଣ ସହ ଉଚ୍ଚତର ଗବେଷଣାର ଆହ୍ୱାନରେ ସେ ଡେନମାର୍କ, ସିଙ୍ଗାପୁର, ମାଲେସିଆ, ଆମେରିକା ଓ କାନାଡ଼ା ଆଦି ଦେଶ ପରିଭ୍ରମଣ କରି ବୃତ୍ତିଗତ ଅଭିଜ୍ଞତା ଅର୍ଜନ କରିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭାଗୀୟ ମୁଖ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର, ବିଭାଗୀୟ ମୁଖ୍ୟ, ଡିନ୍], ଚିଫ୍ ୱାର୍ଡେନ, ପି.ଜି. କାଉନ୍]ସିଲର୍ ଅଧ୍ୟକ୍ଷା ଆଦି ଦାୟିତ୍ୱ ନିର୍ବାହ କରିବା ସହିତ ବର୍ତ୍ତମାନ ସେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟା ଭାବରେ ଅବସ୍ଥାପିତ । ମନୋବିଜ୍ଞାନକୁ ନେଇ ତାଙ୍କର ବହୁବିଧ ବିଶ୍ଳେଷଣଧର୍ମୀ ପ୍ରସଙ୍ଗ ବିଭିନ୍ନ ପତ୍ରପତ୍ରିକା ଏବଂ ସମ୍ବାଦପତ୍ର ପୃଷ୍ଠାର ସ୍ତମ୍ଭ ମଣ୍ଡନ କରିଆସୁଛି । ସମକାଳୀନ ଜୀବନ ଚିତ୍ରକୁ ସେ ତାଙ୍କର ବିଭିନ୍ନ ଗଳ୍ପ ମାଧ୍ୟମରେ ବ୍ୟଞ୍ଜିତ କରିଆସିଛନ୍ତି । ମନସ୍ତତ୍ତ୍ୱଭିତ୍ତିକ ଆଲୋଚନା ବିତର୍କରେ ବିଭିନ୍ନ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ସେ ନିୟମିତ ଅଂଶଗ୍ରହଣ କରି ଅନେକ ଦର୍ଶକୀୟ ଶ୍ରଦ୍ଧା ଲାଭ କରିଛନ୍ତି ।

See Also