LOW FLAT RATE AUST-WIDE $9.90 DELIVERY INFO

Close Notification

Your cart does not contain any items

Duiti Nataka

Kalajanha O Mala Akasha

Prafulla Kumar Mohanty

$36.95   $31.77

Paperback

Not in-store but you can order this
How long will it take?

QTY:

English
Black Eagle Books
31 August 2023
"""କଳାଜହ୍ନ' ୧୯୭୬ ଫେବ୍ରୁଆରି ୨୧ ଓ ୨୨ରେ ଗଞ୍ଜାମ କଳା ପରିଷଦ ଦ୍ୱାରା ନାଟ୍ୟକାରଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇଛି । ପୁଣି ୧ । ୪ । ୧୯୭୬ରେ ରବୀନ୍ଦ୍ର ମଣ୍ଡପରେ ମଧ୍ୟ ଅଭିନୀତ ହୋଇଛି । ""ମଲା ଆକାଶ' ୧୮ । ୬ । ୧୯୭୬ରେ ଗଞ୍ଜାମ କଳା ପରିଷଦ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଆଲୋକ ଓ ଶବ୍ଦଗ୍ରହଣ ତଥା ନାଟ୍ୟକାର ଶ୍ରୀଯୁକ୍ତ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଜୟପୁରରେ ଅଭିନୀତ ହୋଇଛି । ଇଂରାଜୀ ଭାଷା-ସାହିତ୍ୟ ଓ ସରଙ୍ଗମଞ୍ଚ ସଂପର୍କରେ ଗଭୀର ଅନୁଭବ ଥିବା ଏହି କଳାପ୍ରାଣ ବ୍ୟକ୍ତି କ'ଣ ପାଇଁ ଆଉ ନାଟକ ଲେଖିବାକୁ ମନ ବଳାଇ ନାହାନ୍ତି ଆମେ ଜାଣୁନା ମାତ୍ର ପାନ ଗୁଆ ଖର୍ଚ୍ଚ ହିସାବରୁ ଭୋଜିର ବିଶାଳତା ଅନୁମାନ କରିବା ଭଳି ଏ ଦୁଇଟି ନାଟକରୁ ତାଙ୍କର ଚିନ୍ତା ଓ ପ୍ରକାଶ ଭଙ୍ଗୀରେ ନୂତନତା ଆମେ ଖୋଜି ପାଇବା । ""କଳାଜହ୍ନ' ସେ ସମୟର ଉଚ୍ଚପ୍ରଶଂସିତ ନାଟକ, ଯେଉଁ ନାଟକ ମାଧ୍ୟମରେ ଅନେକ ଅଭିନେତା ଅଭିନେତ୍ରୀ ନାଟକ ଜଗତରେ ଆଦ୍ୟପାଦ ସ୍ଥାପିଥିଲେ । ଏହି ସମୟରେ ପ୍ରଫେସର ମହାନ୍ତି ପାଶ୍ଚାତ୍ୟ ନାଟ୍ୟତତ୍ତ୍ୱ ଓ ନାଟକ ସଂପର୍କରେ ଶିକ୍ଷାଦାନ କରିଛନ୍ତି । ରେଭେନ୍]ସା କଲେଜରେ ଅନେକ ଅନୂଦିତ ପାଶ୍ଚାତ୍ୟ ନାଟକ ଅଭିନୀତ ହୋଇଛି ଯାହା ସହିତ ସେ ଜଡ଼ିତ ହୋଇଛନ୍ତି । ଦୀର୍ଘଦିନର ନାଟ୍ୟାନୁରାଗକୁ ନେଇ ସେ ଲେଖିଛନ୍ତି କେତୋଟି ନାଟକ"

By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 8mm
Weight:   181g
ISBN:   9781645604419
ISBN 10:   1645604411
Pages:   136
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

ପ୍ରଫୁଲ୍ଲ କୁମାର ମହାନ୍ତି ଆଧୁନିକ ଓଡ଼ିଆ ଓ ଇଂରାଜୀ ଭାଷା-ସାହିତ୍ୟର ଜଣେ ଯଶସ୍ୱୀ ସାହିତ୍ୟିକ । ସେ ୧୯୩୯ ମସିହା ଜୁଲାଇ ୨୩ ତାରିଖରେ ପିତା ବିଶ୍ୱମ୍ଭର, ମାତା ଲାବଣ୍ୟ ପ୍ରତିମାଙ୍କ କୋଳମଣ୍ଡନ କରି ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ । ଖଲ୍ଲିକୋଟ କଲେଜ, ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟ ଅଧ୍ୟୟନ ଓ ପରେ ସାହିତ୍ୟରେ ଅଧ୍ୟାପନା । ରେଭେନ୍]ସା କଲେଜରେ ପ୍ରିନ୍]ସପାଲ ଭାବରେ ମଧ୍ୟ ଅବସ୍ଥାପିତ । ଇଂରାଜୀ ଭାଷାରେ 'ଫେଷ୍ଟିଭାଲ୍]ସ ଅଫ୍ ଓଡ଼ିଶା' ଓ 'କମ୍ୟୁନିକେସନ୍ ସ୍କିଲ୍]' ଭଳି ଲୋକପ୍ରିୟ ପୁସ୍ତକର ସେ ସ୍ରଷ୍ଟା । 'ଦୁଇଟି ନାଟକ' ଶ୍ରୀ ମହାନ୍ତିଙ୍କ ନାଟ୍ୟଚେତନାର ମନୋଜ୍ଞ ରୂପ । ନାଟ୍ୟପ୍ରେମୀ ଓଡ଼ିଆଙ୍କୁ ତାଙ୍କର ଏହି ନାଟ୍ୟ ସଂକଳନଟି ଖୁବ୍ ଆନନ୍ଦିତ କରିବ ବୋଲି ଆଶା କରୁଛୁ ।

Reviews for Duiti Nataka: Kalajanha O Mala Akasha

"ଆମେ ଜାଣୁଁ ଯେ ସତ୍ ସାହିତ୍ୟ ସମୟ ବିପକ୍ଷରେ ଯାଇ ତିଷ୍ଠି ରହେ ଓ ନିକଜୁ ସାବ୍ୟସ୍ତ କରେ । ""କଳାଜହ୍ନ' ଓ ""ମଲା ଆକାଶ' ଏକତ୍ର ପୁନଃପ୍ରକାଶିତ ହେବା ଆମ ଭାଷା-ସାହିତ୍ୟ ପାଇଁ ଶୁଭଙ୍କର । ଏହି ପୁସ୍ତକ ପୁନର୍ବାର ମାନନୀୟ ପ୍ରଫୁଲ୍ଲ କୁମାର ମହାନ୍ତି ମହୋଦୟଙ୍କୁ ଆହୁରି ନାଟକ ଲେଖିବାକୁ ପ୍ରେରଣା ଯୋଗାଇବ ଏହି ଆଶାରଖି ନିରବ ରହୁଛି । - ସଂଘମିତ୍ରା ମିଶ୍ର"


See Also