ଅନନ୍ତ କୁମାର ଗିରି ଆତ୍ମା, ସଂସ୍କୃତି, ସମାଜ ଓ ଏହି ବିପୁଳାଶ୍ଚ ପୃଥିବୀରେ ବାଟ ଚାଲୁଛନ୍ତି। ଜୀବନକୁ ବୁଝିବାରେ ଓ ବାଟ ଚାଲିଚାଲି ଓ ପାରସ୍ପରିକ ସଂଳାପ ଓ ସହ-ସୃଜନରେ ଆପଣାକୁ ହଜାଇଦେବାରେ ତାଙ୍କର ଗଭୀର ଆନନ୍ଦ। ପ୍ରଫେସର ଗିରି ଚେନ୍ନାଇସ୍ଥିତ Madras Institute of Developmental Studiesରେ ଅଧ୍ୟାପନା ଓ ଗବେଷଣା କରିଛନ୍ତି। ସେ ଏବେ Vishwaneedam Centre for Asian Blossoming ନାମକ ଏକ ସଂଳାପ ଓ ଗବେଷଣା କେନ୍ଦ୍ରକୁ ପ୍ରସ୍ଫୁଟିତ କରାଉଛନ୍ତି । ପ୍ରଫେସର ଗିରି ଭାରତବର୍ଷ ଓ ପୃଥିବୀର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସୃଜନଶୀଳ ଅନୁଷ୍ଠାନମାନଙ୍କୁ ପରିଦର୍ଶନ କରିଛନ୍ତି ଓ ସଂଳାପରେ ଭାଗ ନେଇଛନ୍ତି। ପ୍ରଫେସର ଗିରି ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା ଓ ସଂପାଦନା କରିଛନ୍ତି। ଏହି ଭିତରୁ ପ୍ରମୁଖ କେତେକ ରଚନା ହେଉଛି ସମୀକ୍ଷା ଓ ପୁରୋଦୃଷ୍ଟି (୧୯୯୯), ହୃଦୟର ସେହି ଆଖି ଦୁଇଟି (୨୦୦୭), ମୋଚି ଓ ଦାର୍ଶନିକ (୨୦୦୯), Sociology and Beyond (୨୦୧୨), New Horizons of Human Development (ସଂପାଦନା, ୨୦୧୫), ଶ୍ରୀଜଗନ୍ନାଥଙ୍କ ସହ କ୍ଷତ, କ୍ଷୟ ଓ କ୍ଷେତ୍ର (୨୦୧୮), ବ୍ୟାଖ୍ୟା, ବ୍ୟାପ୍ତି ଓ କ୍ରାନ୍ତି (୨୦୨୪) ଏବଂ Cultivating Integral Development (୨୦୨୪) ।