ONLY $9.90 DELIVERY INFO

Close Notification

Your cart does not contain any items

Bharatiya Paramparare Lokanatya O Lokanrutya

Aswini Kumar Satpathy

$35.95   $30.59

Paperback

Not in-store but you can order this
How long will it take?

QTY:

Oriya
Black Eagle Books
27 May 2025
ଡାଃ ଅଶ୍ୱିନୀ କୁମାର ଶତପଥୀଙ୍କ 'ଭାରତୀୟ ପରଂପରାରେ ଲୋକନାଟ୍ୟ ଓ ଲୋକନୃତ୍ୟ' ଶୀର୍ଷକ ସମୀକ୍ଷାତ୍ମକ ପୁସ୍ତକରେ ସ୍ଥାନିତ ସତର ଗୋଟି ପ୍ରବନ୍ଧକୁ ମୁଁ ଗଭୀର ମନୋନିବେଶ ସହକାରେ ପଢ଼ି ଆନନ୍ଦ ଲାଭ କଲି । ଡାଃ ଶତପଥୀ ଲୋକ ନାଟକ ଓ ଲୋକ ନୃତ୍ୟ ସଂପର୍କିତ ବିବିଧ ସିଦ୍ଧାନ୍ତ ଗ୍ରନ୍ଥ ଓ ଆଲୋଚନା ପୁସ୍ତକ ଅଧ୍ୟୟନ କରିବା ସହିତ କିଛିକ୍ଷେତ୍ର ଅଧ୍ୟୟନ କରିଥିବା ଜଣାଯାଏ । ସେ ଭାରତକୁ ନାଟ୍ୟକଳା ଓ ନାଟ୍ୟମଂଚର ଆଦି ଭୂମି ଭାବରେ ଗ୍ରହଣ କରି ଭଗବାନ ଶିବଙ୍କୁ ଆଦି ନଟ ରୂପେ ଉଲ୍ଲେଖ କରିଛନ୍ତି । ଋଗ୍]ବେଦଠାରୁ ଆରମ୍ଭ କରି ଭରତଙ୍କ ନାଟ୍ୟଶାସ୍ତ୍ରରୁ ଉପାଦାନ ସଂଗ୍ରହ କରି ଭାରତକୁ ନାଟ୍ୟକଳାର ଆଦି ଭୂମି ଭାବରେ ଯେପରି ପ୍ରମାଣ କରିଛନ୍ତି ଓ ଭାରତର ନାଟ୍ୟ ପରଂପରାରେ ସାର୍ଥକ ନୀତିନିଷ୍ଠ ଜୀବନ ଯାପନ ଓ ସାମାଜିକ ଶୃଙ୍ଖଳା ପାଇଁ ଯେପରି ପ୍ରେରଣା ପ୍ରଦାନ କରାଯାଇଛି ତାହା ଉପରେ ଆଲୋକପାତ କରିଅଛନ୍ତି । ପ୍ରସଙ୍ଗ କ୍ରମେ ଲୋକ ନାଟକ ଭାରତର ବିଭିନ୍ନ ପ୍ରଦେଶରେ ଉନ୍ମେଷ ଘଟି କିପରି ଅଭିଜାତ ନାଟକ ଓ ନୃତ୍ୟ ସୃଷ୍ଟି ପାଇଁ ପ୍ରେରଣା ଦେଇଥିଲା ସେ ସଂପର୍କରେ ସୂଚନା ଦେଇଛନ୍ତି । ଭାରତରେ ଲୋକନାଟକ ଓ ନୃତ୍ୟ ପରଂପରା ଯେ ଏକ ଅନୁପମ ସୃଷ୍ଟି ତାହା ଉପରେ ଦୃଷ୍ଟିପାତ କରି କଥକ, ଓଡ଼ିଶୀ, ଭାରତନାଟ୍ୟମ୍], କୁଚିପୁଡ଼ି, କଥକଲୀ, ଛଉନୃତ୍ୟ, ଘୋଡ଼ାନାଚ, କଣ୍ଡେଇନାଚ, ସଖୀନାଟ, ଢୁମସା, ଶବରଶବରୁଣୀ ନାଚ, ଡାଲଖାଇ, ଦଣ୍ଡନାଚ, ପାଟୁଆ ନାଚ ଆଦି ଓଡ଼ିଶାର ନୃତ୍ୟକଳା ଉପରେ ବିଶେଷ ଗୁରୁତ୍ୱ ଦେଇଥିବା ଲକ୍ଷ୍ୟ କରାଯାଏ । ଏହା ସହିତ ମଣିପୁର, ରାଜସ୍ଥାନ, ପୂର୍ବୋତ୍ତର ଭାରତ, ଗୁଜୁରାଟ, କେରଳ, ପଞ୍ଜାବ ଆଦି ବିଭିନ୍ନ ଅଂଚଳରେ ପ୍ରଚଳିତ ଲୋକ-ନାଟକ ଓ ନୃତ୍ୟ ଉପରେ ମଧ୍ୟ ସୂଚନା ପ୍ରଦାନ କରିଅଛନ୍ତି ।

ଭାରତର ବିଭିନ୍ନ ରାଜ୍ୟର, ଓଡ଼ିଶାର, ଆଦିବାସୀ ସମ୍ପ୍ରଦାୟର ଲୋକନାଟକ ଓ ନୃତ୍ୟ, ଲୋକଜୀବନ ଓ ଲୋକଙ୍କ ଆଚାର ବିଚାରକୁ ନେଇ ଯେମିତି ପରିକଳ୍ପିତ ଓ ରଚିତ ହୋଇଛି ତାହା ନିଶ୍ଚିତ ଭାବରେ ଆମ ସମାଜ, ସଂସ୍କୃତି ଓ ଜାତୀୟ ମାନସର ପରିଚୟ ପ୍ରଦାନ କରେ । ପୁସ୍ତକଟି ଛାତ୍ରଛାତ୍ରୀ, ପାଠକ ଓ ଗବେଷକମାନଙ୍କ ପାଇଁ ଏକାନ୍ତ ଉପାଦେୟ ।
By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 10mm
Weight:   200g
ISBN:   9781645606987
ISBN 10:   1645606988
Pages:   168
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

Reviews for Bharatiya Paramparare Lokanatya O Lokanrutya

ପ୍ରବନ୍ଧଗୁଡ଼ିକ ଗଭୀର ଅଧ୍ୟୟନର ସ୍ପଷ୍ଟ ସୂଚନା ଦିଏ । ଡାଃ ଶତପଥୀଙ୍କର ଏହି ଶ୍ରମ ସାପେକ୍ଷ ଉଦ୍ୟମ ପାଇଁଅନେକ ଅନେକ ସାଧୁବାଦ । ବୈଷ୍ଣବ ଚରଣ ସାମଲ, ଅବସରପ୍ରାପ୍ତ ପ୍ରଫେସର, ବିଶ୍ୱଭାରତୀ, ଶାନ୍ତିନିକେତନ


See Also