PERHAPS A GIFT VOUCHER FOR MUM?: MOTHER'S DAY

Close Notification

Your cart does not contain any items

Asami O Anyanya Nataka

ଆସାମୀ ଓ ଅନ୍ୟାନ୍ୟ ନାଟକ

Gourahari Das

$36.95   $31.77

Paperback

Not in-store but you can order this
How long will it take?

QTY:

English
Black Eagle Books
29 May 2023
'ଆସାମୀ ଓ ଅନ୍ୟାନ୍ୟ ନାଟକ'ରେ ଯେଉଁ ତିନିଟି ନାଟକ ସଂକଳିତ ହୋଇଛି ସେଗୁଡ଼ିକ ହେଲା 'ଆସାମୀ', 'ନୂଆ ଠିକଣା' ଏବଂ 'ମାୟା' । ଏ ନାଟକଗୁଡ଼ିକ ୨୦୧୬ ଓ ୨୦୧୭ରେ ଯଥାକ୍ରମେ ଉତ୍ତରପୁରୁଷ, ନାଟ୍ୟଚେତନା ଓ ଶତାବ୍ଦୀର କଳାକାର ଦ୍ୱାରା ପ୍ରଥମେ ମଞ୍ଚସ୍ଥ ହୋଇଥିଲା ।

ନାଟକ ସଂପର୍କରେ

ନାଟକ 'ଆସାମୀ', ନୋଟ୍ ଓ ଭୋଟ୍]ର ରାଜନୀତି ଭିତରେ ଛନ୍ଦି ପଡ଼ିଥିବା, ମାଟି ଓ ଭାଟିର ବିଷଚକ୍ରରୁ ମୁକୁଳି ପାରୁ ନ ଥିବା ଗୋଟେ ସାଧାରଣ ପରିବାରର କାହାଣୀ; ଯେଉଁ ପରିବାର କେବଳ ଚାହୁଁଥଲା, ଦିନରେ ଦୁଇଓଳି ଭାତ, ରାତିରେ ଦି ପହଡ଼ ମିଠା ନିଦ ଏବଂ ଗୋଟେ ଗେଲବସରିଆ ଘରକରଣା । କିନ୍ତୁ ମଝିବାଟରେ ନିଶାପାଣି ଭଳି ଅପଦେବତାର ବିଷବୃଷ୍ଟି ଜାଳିପୋଡ଼ି ଛାରଖାର କରିଦିଏ ସେମାନଙ୍କର ସ୍ୱପ୍ନ । ସମୟକ୍ରମେ ନିଶାସକ୍ତ ମଣିଷ ବୁଝିପାରେ - ଯୋଉ ନିଶାପାଣିକୁ ସେ ଅମୃତ ଭାବି ଦିନେ ଓଠ ପାଖରେ ଧରିଥିଲା, ସେଇ ନିଶାପାଣି ହଳାହଳ ବିଷ ହେଇ ତାର ସୁନା ସଂସାରକୁ ଚୂନା କରିଚି । ମାତ୍ର ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । ନିଜର ସ୍ୱପ୍ନ ଓ ସମ୍ଭାବନାଠାରୁ ସେ ଚାଲିଯାଇଥାଏ ଅପହଞ୍ଚ ଦୂରତାକୁ ।

ମାଟି, ଭାଟି, ନୋଟ୍ ଓ ଭୋଟ୍]ର ମୁନାଫାଖୋର ପଞ୍ଝା, ନାରୀ ମାଉଁସ ଲୋଭୀ କପଟୀମାନଙ୍କର ଭୋକ ଏବଂ ଠିକାଦାରୀ ଶାସନ ବ୍ୟବସ୍ଥାର ଶିକାର ହୁଏ ଏଇ ସାଧାରଣ ମଣିଷ । କ୍ରମେ ସାଧାରଣ ମଣିଷଟି ପରିଣତ ହୁଏ ସଇତାନ୍]ରେ । ନିରପରାଧ ନାଗରିକଟି ରୂପାନ୍ତରିତ ହୁଏ ଅପରାଧୀରେ । ତା ମଥାରେ ମାରିଦିଆଯାଏ ଆସାମୀର ମୋହର । ତେବେ ପ୍ରଶ୍ନ ଉଠେ- ପ୍ରକୃତରେ ଆସାମୀ କିଏ?

By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 10mm
Weight:   227g
ISBN:   9781645604020
ISBN 10:   1645604020
Pages:   172
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

"ଗଳ୍ପ, ଉପନ୍ୟାସ ଏବଂ ଜଳଛବି ରଚନା କ୍ଷେତ୍ରରେ ଅସାମାନ୍ୟ ପ୍ରସିଦ୍ଧି ଅର୍ଜନ କରିଥିବା ଗୌରହରି ଦାସ (୧୯୬୦) ମଧ୍ୟ ଜଣେ ଯଶସ୍ୱୀ ନାଟ୍ୟକାର । ତାଙ୍କର ପ୍ରଥମ ନାଟକ ""ଅପରାଧ' ୨୦୦୦ ମସିହାରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନୂଆ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହାପରେ ତାଙ୍କର ""ଆମ ଘର ନକ୍]ସା' ୨୦୨୧ରେ ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ ""ଆସାମୀ', ""ମାୟା' ଏବଂ ""ନୂଆ ଠିକଣା' ତିନିଟି ନାଟକ ଏହି ସଂକଳନରେ ସ୍ଥାନିତ ହୋଇଅଛି । ଏତଦ୍ ଭିନ୍ନ ଗୌରହରି ଦାସଙ୍କ କାହାଣୀ ଆଧାରିତ ""ଅହଲ୍ୟାର ବାହାଘର', ""ଫୁଲନୋଳ', ""ଆମ୍ଭେ ସବୁ ଶ୍ୱାନପାଳ', ""ଶିକୁଳି' ପ୍ରଭୃତି ବହୁ ନାଟକ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇଅଛି । ସେହିପରି ""ଘର', ""ଛୁଆ ବାଆଜି', ""ଖୋଳପା', ""ହସ୍ତାକ୍ଷର' ପ୍ରଭୃତି ଟେଲିଭିଜନ୍ ସିରିଆଲ୍ ଓ ଟେଲି-ସିନେମା ଭାବରେ ପ୍ରସାରିତ ହୋଇଅଛି । ୨୦୨୨ରେ ଇଣ୍ଡିଆନ୍ ପାନୋରମାରେ ସ୍ଥାନୀତ ଏବଂ ବିଭିନ୍ନ ସ୍ୱଦେଶୀ-ବିଦେଶୀ ପୁରସ୍କାର ଲାଭ କରିଥିବା ଓଡ଼ିଆ ଫିଲ୍ମ ""ପ୍ରତୀକ୍ଷା' ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ""ବାପା' ଉପରେ ଆଧାରିତ ।ଗୌରହରି ଦାସ ଜାତୀୟ ଏବଂ ରାଜ୍ୟସ୍ତରରେ ବହୁ ପୁରସ୍କାର ଲାଭ କରିଛନ୍ତି । ତା ମଧ୍ୟରୁ କେତୋଟି ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଏବଂ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର । ତାଙ୍କ ସାହିତ୍ୟର ବିଶେଷତ୍ୱ ହେଲା, ସକଳ ଅନ୍ଧାର ଭିତରେ ଏହା ଆସ୍ଥାର ଆଲୋକ ଦେଖାଇଥାଏ ।"

See Also