PERHAPS A GIFT VOUCHER FOR MUM?: MOTHER'S DAY

Close Notification

Your cart does not contain any items

Bazaar Yuddha

Tapan Kumar Panda

$40.95   $34.66

Paperback

Not in-store but you can order this
How long will it take?

QTY:

English
Black Eagle Books
31 August 2023
୧୯୯୦-୯୧ ମସିହା ଭାରତର ଅର୍ଥନୈତିକ ଇତିହାସର ଏକ ସନ୍ଧିକ୍ଷଣ । ଏହି ସମୟରେ ହିଁ ଭାରତର ଆର୍ଥିକ ଉଦାରୀକରଣ ନୀତିର ପ୍ରଚଳନ ହୋଇଥିଲା । ଏହି ଆର୍ଥିକ ଉଦାରୀକରଣ ବ୍ୟବସ୍ଥାର ପ୍ରଭାବ ବିଗତ ତିରିଶବର୍ଷ ଧରି ଭାରତୀୟ ଜନଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ବିଦେଶୀ କମ୍ପାନୀମାନେ ଭାରତୀୟ ବଜାରରେ ପ୍ରବେଶ କରିଥିବାରୁ ଭାରତୀୟ ଗ୍ରାହକମାନେ ଲାଭବାନ ହୋଇଛନ୍ତି । ବିଦେଶୀ ପୁଞ୍ଜିର ସଫଳ ବିନିଯୋଗ ହେତୁ ଭାରତୀୟ ପ୍ରତିଭୂତି ବଜାରର ସୂଚନାଙ୍କ ବହୁମାତ୍ରାରେ ବୃଦ୍ଧିପାଇଛି । ଆୟାତ-ନିର୍ଯ୍ୟାତ ଆଇନ୍]ରେ ପରିବର୍ତ୍ତନ ହେତୁ ଭାରତୀୟ କମ୍ପାନୀମାନେ ବିଶ୍ୱ ବଜାରରେ ନିଜର ଉତ୍ପାଦ ବିକିବା ସହ ନୂତନ ଜ୍ଞାନକୌଶଳ ଆହରଣ କରି ବିଦେଶୀ କମ୍ପାନୀମାନଙ୍କୁ କିଣିବାରେ ସକ୍ଷମ ହୋଇଛନ୍ତି । ଆର୍ଥିକ ଉଦାରୀକରଣର ଏହିଗୁଡ଼ିକ ହେଲା ଯୁକ୍ତାତ୍ମକ ପ୍ରଭାବ । ସମାଜରେ ବଢ଼ୁଥିବା ଧନୀ-ଗରିବର ତାରତମ୍ୟ, ଭ୍ରଷ୍ଟାଚାର, ସର୍ବସାଧାରଣ ସମ୍ପତ୍ତି ଉପରେ ପ୍ରମୁଖ ଭାରତୀୟ ନିଜ କ୍ଷେତ୍ର କମ୍ପାନୀମାନଙ୍କର ଲୋଲୁପଦୃଷ୍ଟି ଏବଂ ସାଂସ୍କୃତିକ ପ୍ରଦୂଷଣ ସହ ଯୌଥ ପାରିବାରିକ ବ୍ୟବସ୍ଥାର ଭଙ୍ଗୁରତା ବୃଦ୍ଧିପାଇବା ଅତ୍ୟନ୍ତ ଚିନ୍ତାର ବିଷୟ । ନବେ ଦଶକର ଆରମ୍ଭରୁ ମୋର ଧ୍ୟାନ, ଅନୁଶୀଳନ ଓ ଗବେଷଣା ଭାରତର ଅର୍ଥନୈତିକ ବ୍ୟବସ୍ଥା, ବଜାର ଓ ଏହାର ପ୍ରଭାବ ଏବଂ ଗ୍ରାହକୀୟ ବ୍ୟବହାର ଉପରେ ରହିଛି । ବଜାର ବ୍ୟବସ୍ଥା ଓ ଗ୍ରାହକ ବ୍ୟବହାରର ଛାତ୍ର ଏବଂ ପରବର୍ତ୍ତୀ ସମୟରେ ଶିକ୍ଷକ ହୋଇଥିବାରୁ ମୁଁ ବିଭିନ୍ନ ସମୟରେ ସାଧାରଣ ପାଠକମାନଙ୍କ ପାଇଁ ବୋଧଗମ୍ୟ ଭାଷାରେ 'ବଜାର ଯୁଦ୍ଧ' ନାମରେ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ଲେଖିବା ଆରମ୍ଭ କରିଥିଲି । ଅର୍ଥନୀତିର ଜଟିଳ ଗଣିତ ଓ ବ୍ୟାଖ୍ୟାରୁ ମୁକ୍ତ କରି ବଜାର ଓ ବ୍ରାଣ୍ଡ ସମ୍ବନ୍ଧୀୟ ବିଭିନ୍ନ ରୋଚକ ତଥ୍ୟମାନଙ୍କୁ ସାଧାରଣ ପାଠକ ସାମ୍]ନାରେ ପ୍ରସ୍ତୁତ କରିଥିଲି । ଏପରି ଏକ ସ୍ତମ୍ଭ ପ୍ରକାରାନ୍ତରେ ଓଡ଼ିଶାର ଖବରକାଗଜ ଜଗତରେ ଏକ ସଫଳ ପରୀକ୍ଷା ବୋଲି ଅନେକ ମତ ଦେଇଥିଲେ ।

By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 10mm
Weight:   218g
ISBN:   9781645604211
ISBN 10:   1645604217
Pages:   166
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

ଡକ୍ଟର ତପନ କୁମାର ପଣ୍ଡା ବ୍ୟବସାୟ ପରିଚାଳନା କ୍ଷେତ୍ରରେ ଭାରତରେ ଜଣେ ଜଣାଶୁଣା ପ୍ରାଧ୍ୟାପକ । ସେ ଏକାଧାରରେ କବି, ଗାଳ୍ପିକ ଓ ଅନୁବାଦକ । ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସେ ଭାରତର ପ୍ରମୁଖ ଅନୁଷ୍ଠାନ ଭାରତୀୟ ପ୍ରବନ୍ଧ ସଂସ୍ଥାନରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖୁଥିବା ଡ. ପଣ୍ଡା ପ୍ରମୁଖ ଭାରତୀୟ ଓ ବହୁଦେଶୀୟ କମ୍ପାନୀମାନଙ୍କ ପାଇଁ ବହୁ ବିଜ୍ଞାପନ ଲେଖିବା ସହ ତାଙ୍କର ପଚିଶଟି ବହି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଜଣେ ସଫଳ ଅନୁବାଦକ ଭାବରେ ସେ ୭ଟି ଓଡ଼ିଆ ଗଳ୍ପ ଓ ଉପନ୍ୟାସ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିଛନ୍ତି । 'ଦି ନକ୍ସଲାଇଟ୍ ଏଣ୍ଡ ଅଦର୍ ଷ୍ଟୋରିଜ୍]' ଗଳ୍ପ ସଂକଳନ ସମେତ ତାଙ୍କର ଦୁଇଟି ମୌଳିକ ଗଳ୍ପ ପୁସ୍ତକ ଓ ଦୁଇଟି ମୌଳିକ କବିତା ପୁସ୍ତକ ରହିଛି । ସମ୍ପ୍ରତି ପୁଣେ ସ୍ଥିତ ଏମ୍]ଆଇଟି ବିଶ୍ୱଶାନ୍ତି ବିଶ୍ୱ ବିଦ୍ୟାଳୟରେ ଉପକୁଳଗୁରୁ ହିସାବରେ କାର୍ଯ୍ୟରତ ଡ. ପଣ୍ଡା ତପସ୍ୟା ଫାଉଣ୍ଡେସନ୍]ର ପ୍ରତିଷ୍ଠାତା । ସେ ରାଜ୍ୟ ତଥା ଜାତୀୟ ସ୍ତରର ଖବରକାଗଜରେ ବଜାର, ଅର୍ଥନୀତି ଓ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସ୍ତମ୍ଭ ଲେଖିବା ସହ ବିଭିନ୍ନ ଟେଲିଭିଜନ ଚ୍ୟାନେଲର ଆଲୋଚନାରେ ଭାଗ ନିଅନ୍ତି । 'ବଜାର ଯୁଦ୍ଧ' ସ୍ତମ୍ଭ ଶୀର୍ଷକରେ ତାଙ୍କର ପ୍ରକାଶିତ ଅନେକ ଆଲେଖ୍ୟମାନଙ୍କ ମଧ୍ୟରୁ ବଛା ବଛା ଲେଖାମାନଙ୍କୁ ନେଇ ଏହି ସଂକଳନଟି ପ୍ରକାଶିତ ହେଉଛି ।

See Also