Beat the rise! Delivery fees are going up soon.

Close Notification

Your cart does not contain any items

$36.95   $31.40

Paperback

Not in-store but you can order this
How long will it take?

QTY:

Oriya
Black Eagle Books
12 January 2026
ସମସ୍ତଙ୍କର ଧାରଣା ପ୍ରବନ୍ଧ ଏକ ପୀଡ଼ାଦାୟକ ପ୍ରତିଷ୍ଠାନ। କାରଣ ଊଣା ଅଧିକ ସମସ୍ତଙ୍କୁ ସ୍କୁଲରେ ଏହି ସୃଷ୍ଟିଟି କରିବାର ପ୍ରୟାସ କରିବାକୁ ପଡ଼ିଛି ଏବଂ ଅଧିକାଂଶ କ୍ଷତରେ ତାହାର ଫଳ ଶିକ୍ଷକଙ୍କର ବିରକ୍ତ ମୁଖ ଭଙ୍ଗୀରେ ପ୍ରକାଶିତ ହୋଇଛି। ଆଗେ ତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରାର୍ଥୀକୁ ତିନିଘଣ୍ଟା ଲାଗି ପ୍ରବନ୍ଧ ଲେଖିବାକୁ ହେଉଥିଲା। କଲେଜରେ ମଧ୍ୟ ମୁଁ ବାଧ୍ୟତାମୂଳକ ଇଂରାଜୀରେ ଆଡ଼ିସନ୍]ଙ୍କ ଠାରୁ ଆରମ୍ଭ କରି ଚେସ୍ଟର୍]ଟନ୍]ଙ୍କ ପର୍ଯ୍ୟନ୍ତ ବହୁତ ପ୍ରାବନ୍ଧିକଙ୍କୁ ପଢିବାକୁ ବାଧ୍ୟ ହୋଇଛି। ବର୍ତ୍ତମାନ ଅବଶ୍ୟ ତାହା ଉପରେ ଗୁରୁତ୍ୱ ବହୁତ କମି ଗଲାଣି। କିନ୍ତୁ ଏକଥା ସ୍ୱୀକାର କରିବାକୁ ହେବ ଯେ ଏହା ଚିନ୍ତା କରିବାକୁ ଏବଂ ନିଜର ଭାବନାକୁ ସ୍ପଷ୍ଟ ଭାବେ କହିବାକୁ ଉତ୍ସାହିତ କରେ।
By:  
Imprint:   Black Eagle Books
Dimensions:   Height: 216mm,  Width: 140mm,  Spine: 10mm
Weight:   204g
ISBN:   9781645608257
ISBN 10:   1645608255
Pages:   170
Publication Date:  
Audience:   General/trade ,  ELT Advanced
Format:   Paperback
Publisher's Status:   Active

ଉମାକାନ୍ତ ମହାପାତ୍ର (୨୩ ଅପ୍ରେଲ୧୯୩୦ - ୦୮ ଜୁଲାଇ ୧୯୯୯)ଙ୍କ ଜନ୍ମସ୍ଥାନ କଟକ । ପିତା ସାକ୍ଷୀଗୋପାଳ ନିକଟସ୍ଥ ବିଶ୍ୱନାଥପୁର ଗ୍ରାମର ଲୋକନାଥ ମହାପାତ୍ର ଓ ମାତା ପାର୍ବତୀ ଦେବୀଙ୍କର ସେ ଜ୍ୟେଷ୍ଠ ସନ୍ତାନ । ଶିକ୍ଷକ ପିତାଙ୍କ ତତ୍ତ୍ୱାବଧାନରେ ଭବାନୀପାଟଣାରେ ଓ ପରେ ଏହ୍ଲାବାଦରେ ସ୍କୁଲ ଶିକ୍ଷା ଲାଭ । ରେଭେନ୍]ସା କଲେଜ୍]ରୁ ଆଇ.ଏସ୍]ସି. ଓ ବ୍ରହ୍ମପୁର ଖଲିକୋଟ୍ କଲେଜ୍]ରୁ ବି.ଏସ୍]ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗରେ ୧୯୫୩ରେ ଯୋଗଦାନ । ସେହି ବର୍ଷ ବ୍ରହ୍ମପୁରର ଖ୍ୟାତନାମା ପଣ୍ଡିତ ଓ କବିରାଜ ଅନନ୍ତ ତ୍ରିପାଠୀ ଶର୍ମାଙ୍କର ଚତୁର୍ଥ କନ୍ୟା ଅନସୂୟାଙ୍କ ସହିତ ବିବାହ । ଜଣେ ପଦସ୍ଥ କର୍ମଚାରୀ ଭାବେ ନାନାଦି ସ୍ଥାନରେ ଦାୟିତ୍ୱପୂର୍ଣ୍ଣର୍ କାର୍ଯ୍ୟ ସମ୍ପାଦନ କରି ସୁନାମ ଅର୍ଜନ । ୧୯୮୮ରେ ଚାକିରୀରୁ ଅବସର ଗ୍ରହଣ ପରେ ଭୁବନେଶ୍ୱରର ବାସିନ୍ଦା । ଦୁଇ ପୁତ୍ର ଅଶୋକ ଓ ପୁଷନ୍ ଉଚ୍ଚ ପଦସ୍ଥ କର୍ମଚାରୀ ।

See Also